a/admin/838c19ce49.jpg
Nov 10, 2017

ସାଧାରଣତଃ ସମସ୍ତେ ନିଜ ଚେହେରାକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଚାହାଁନ୍ତି। ହେଲେ ବେଳେବେଳେ ଏପରି କିଛି ସମସ୍ୟା ଦେଖାଦିଏ ଯାହାଦ୍ୱାରା ଚେହେରା ଖରାପ ହୋଇଯାଏ। ସେଥିମଧ୍ୟରୁ ଭାତୁଡ଼ି ଏକ ବଡ ସମସ୍ୟା। ପ୍ରାୟ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଏହି ସମସ୍ୟା ରହିଛି। ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ଅନେକ ପ୍ରକାରର ଉପଚାର କରନ୍ତି। ହେଲେ କିଛି ଲାଭ ମିଳି ନଥାଏ। ଆପଣଙ୍କୁ ତେବେ ଏପରି କିଛି ଘରୋଇ ଉପଚାର ଅଛି ଯାହାଦ୍ୱାରା ଆପଣଙ୍କ ମୁହଁରୁ ଭାତୁଡ଼ି ଗାୟବ ହୋଇଯିବ।

ଆମେ ସମସ୍ତେ ଜାଣୁ ଯେ କଦଳୀ ଶରୀର ପାଇଁ ଲାଭଦାୟୀ। ହେଲେ ଆପଣ ଜାଣନ୍ତି କି, ଏହାର ଚୋପା ମଧ୍ୟ ଆମ ପାଇଁ ଲାଭଦାୟକ। କଦଳୀ ଚୋପା ଆପଣଙ୍କ ଚେହେରାରୁ ଭାତୁଡି ଭଲ କରିବାରେ ବହୁତ ସାହାଯ୍ୟ କରିଥାଏ। କାରଣ ଏଥିରେ ଆଣ୍ଟି-ଅକ୍ସିଡେଣ୍ଟ୍ ତତ୍ତ୍ୱ ରହିଥାଏ, ଯାହା ଆପଣଙ୍କର ଭାତୁଡ଼ି ସମସ୍ୟା ଦୂର କରିଥାଏ। ହେଲେ ଏହାକୁ ବ୍ୟବହାର କିପରି କରାଯାଏ ତାହା ହୁଏତ ଆପଣ ଜାଣିନଥିବେ। ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଧି।

କେମିତି କରିବେ ବ୍ୟବହାର:

କୌଣସି କ୍ଷତ ସ୍ଥାନ ବା ଘା’ରେ ବ୍ୟାଣ୍ଡେଡ୍ ଲଗାଇଲା ପରି ଭାତୁଡି ଉପରେ କଦଳୀ ଚୋପାକୁ ରାତିସାରା ଲଗାଇ ରଖନ୍ତୁ। ଯଦି ଆପଣ ରାତିସାରା ରଖି ନପାରିବେ, ତେବେ ଦିନରେ ଅଧ ଘଣ୍ଟାଏ ଲେଖା ରଖିପାରିବେ। ଏହାର ପ୍ରୟୋଗ ସେତେବେଳେ ଯାଏଁ ଜାରି ରଖନ୍ତୁ ଯେବେ ଯାଏଁ ଆପଣଙ୍କ ଭାତୁଡ଼ି ଭଲ ନ ହୋଇଛି। ହେଲେ ଧ୍ୟାନ ରଖନ୍ତୁ ଏହା ପାଚିଲା କଦଳୀ ଚୋପା ହିଁ  ହୋଇଥିବା ଦରକାର।

Notice :
ପ୍ରିୟ ଦର୍ଶକ ବନ୍ଧୁ, ଖୁବ ଶୀଘ୍ର ଆରମ୍ଭ ହେବାକୁ ଓଡ଼ିଆ ସୋସିଆଲ ନେଟୱାର୍କ
ଶୁଭ ଆରମ୍ଭ ତା : ୧୪/୪/୨୦୧୯ ଓଡ଼ିଆ ନବ ବର୍ଷ ମହା ବିଷୁବ ସଂକ୍ରାନ୍ତି ର ଶୁଭ ଅବସର ରେ ଲୋକାର୍ପଣ କରାଯିବ, ଏଥିରେ ସହଭାଗୀ ହୋଇ ଓଡ଼ିଆ ସୋସିଅଲ ସାଇଟ କୁ ଆଗକୁ ବଢ଼ାଇବେ ବୋଲି ଆମର ଆଶା ଓ ବିସ୍ଵାଶ....