• କବିସମ୍ରାଟ ଉପେନ୍ଦ୍ର ଭଞ୍ଜ

  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ(୧୬୭୦ରେ ଜନ୍ମ ଓ ୧୭୪୦ରେ ଦେହତ୍ୟାଗ) ପୁରାତନ ରାଜଶାସିତ ଓଡ଼ିଶାର ଘୁମୁସୁରର କୁଲାଡ଼ ଠାରେ ଜନ୍ମିତ ଜଣେ ରୀତି ଓଡ଼ିଆ କବି । ତାଙ୍କର ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧୀରେ ଭୂଷିତ କରାଯାଇଅଛି ।[୧] ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।
  •  
  • ଉପେନ୍ଦ୍ର ଭଞ୍ଜ ଲେଖିଥିବା ସର୍ବମୋଟ ୫୨[୩] ଖଣ୍ଡରୁ କେବଳ ୨୦-୨୫ ଖଣ୍ଡ ଏବେ ପଢ଼ିବା ପାଇଁ ମିଳୁଛି ।[୪] ଛାପାକଳର ଅଭାବରୁ ଅନେକ ବହି କ୍ରମେ ନଷ୍ଟହୋଇ ଯାଇଛି । ତାଙ୍କର କେତୋଟି ପ୍ରମୁଖ କାବ୍ୟ ହେଲା:

  • ବୈଦେହୀଶ ବିଳାସ ("ବ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ରାସଲୀଳା
  • ବ୍ରଜଲୀଳା
  • ସୁଭଦ୍ରା ପରିଣୟ ("ସ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ଲାବଣ୍ୟବତୀ
  • ପ୍ରେମ ସୁଧାନିଧି
  • ରସିକହାରାବଳୀ
  • ଚିତ୍ରକାବ୍ୟ-ବନ୍ଦୋଧ୍ୟ ଲାବଣ୍ୟବତୀ
  • କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ
  • କଳା କୌତୁକ ("କ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ସତୀଶ ବିଳାସ ("ସ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ଦମୟନ୍ତୀ ବିଳାସ ("ଦ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ପଦ୍ମାବତୀ ପରିଣୟ ("ପ"ରେ ଆରମ୍ଭ ହୋଇଥିବା ସବୁ ପଦ)[୧]
  • କବିସୂର୍ଯ୍ୟବଳଦେବ ରଥ

  • ବଳଦେବ ରଥ (୧୭୮୯ - ୧୮୪୫) ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ବଳଦେବ ରଥ ଭାବେ ଅଧିକ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୁ ଆଦିର ରଚନା କରି ସ୍ଵରସଂଯୋଜନା କରିଥିଲେ । ସେ ୧୮୪୫ ମସିହାରେ [୧]ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
  • ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ ପୁରୀ ଜିଲ୍ଲାର ମଣିପୁର ଶାସନରୁ ଆସି ବଡ଼ଖେମୁଣ୍ଡି ଗଡ଼ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମ ନେଇଥିଲ ।[୨]ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରିଥିଲେ; ମାତ୍ର ଦଶବର୍ଷ ବୟସରେ ତାହାଙ୍କର ମାଆଙ୍କ ଦେହାନ୍ତ ଘଟିବାରୁ ତାଙ୍କୁ ଅଜା ତ୍ରିପୁରାରି ହୋତାଙ୍କ ଯତ୍ନରେ ରହି ବିଦ୍ୟା ଶିକ୍ଷା କରିବାକୁ ହୋଇଥିଲା ।ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ପୁରୀ ଯାଇ ସେ ଆପଣାର କବିପ୍ରତିଭା ଲାଗି ପୁରୀର ଗଜପତି ରାଜା ମୁକୁନ୍ଦଦେବଙ୍କ ଠାରୁ 'କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର' ଉପାଧି ପାଇଥିଲେ ।
  • କବିତା

  • ଚନ୍ଦ୍ରକଳା
  • କାହାକୁ କହିବା
  • ଗୋରସନାଟି
  • ବାଧିଲା ଜାଣି କ୍ଷମା
  • କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ
  • ହାସ୍ୟକଲ୍ଲୋଳ
  • ରତ୍ନାକର ଚମ୍ପୂ
  • କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
  • Back                                   Next Page

Notice:
 

 

Campaign:

Onile Registration From

Odia Bhashi Census in Surat

Total visitors

 

Share

India Data Diary

Bande Utkal ବନ୍ଦେ ଉତ୍କଳ